ସିବିଆଇ ସ୍କାନରରେ ଜେଲ ଡିଜି ସୁଶାନ୍ତ ନାଥ

ସିବିଆଇ ସ୍କାନରରେ ଜେଲ ଡିଜି ସୁଶାନ୍ତ ନାଥ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ସନ୍ଦେହରେ ବରିଷ୍ଠ ଆଇପିଏସ ତଥା ଜେଲ ଡିଜି ସୁଶାନ୍ତ ନାଥଙ୍କ ଭୂମିକା । ସେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ର ଅଧ୍ୟକ୍ଷ ଥିବା ସମୟରେ ଏହି ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ହୋଇଥିଲା । ସାମ୍ନାକୁ ଆସିଲା ସିବିଆଇ ଦେଇଥିବା ରାଜ୍ୟ ସରକାରଙ୍କୁ ଦେଇଥିବା ତଥ୍ୟ ସମ୍ପର୍କିତ ପତ୍ର ।ଖୁବଶୀଘ୍ର ସିବିଆଇ ସୁଶାନ୍ତ ନାଥଙ୍କୁ ପଚରା ଉଚରା କରିପାରେ ସିବିଆଇ । ସିବିଆଇ ତଦନ୍ତର ଏହି ପ୍ରତିକୂଳ ରିପୋର୍ଟ (Adverse Feedback) ଯୋଗୁଁ ରାଜ୍ୟର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟାରୁ ତାଙ୍କ ନାମକୁ ବାଦ୍ ଦିଆଯାଇଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା, OPRB ଏବଂ ଅନ୍ୟମାନଙ୍କ ଭୂମିକା ମଧ୍ୟ ତଦନ୍ତର ଅଂଶ ରହିବ ।

ସିବିଆଇ ତଦନ୍ତ ସଂପର୍କରେ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ କୁମାର ନାଥ, IPS (RR-1993) ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB)-ର ଅଧ୍ୟକ୍ଷ ଥିଲେ । ଏହି ବୋର୍ଡ ଦ୍ୱାରା ପୋଲିସ SI ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଉଥିଲା, ଯାହା ୫ ଓ ୬ ଅକ୍ଟୋବର ୨୦୨୫ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ସମଗ୍ର ପରୀକ୍ଷା ପ୍ରକ୍ରିୟାର ତଦନ୍ତ ବର୍ତ୍ତମାନ ଚାଲିଛି । ତେବେ ସିବିଆଇ ଚାର୍ଜସିଟ୍ ଅନୁସାରେ, ପରୀକ୍ଷା କରାଉଥିବା ଘରୋଇ ସଂସ୍ଥା 'ସିଲିକନ୍ ଟେକ୍‌ଲାବ୍'ର ମାଲିକ ଓପିଆରବି ଅଧିକାରୀଙ୍କ ଅଗୋଚରରେ କଲିକତା ପ୍ରେସରେ ପ୍ରଶ୍ନପତ୍ର ବଦଳାଇ ଦେଇଥିଲେ।

Police Act, 1984ର ଧାରା 17A (2018ରେ ସଂଶୋଧିତ) ଅନୁଯାୟୀ *M/s ITI Ltd.*ର ଅଧିକାରୀମାନଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ମଗାଯାଇଛି, ଯାହା ବର୍ତ୍ତମାନ ବିଚାରାଧୀନ ଅଛି। ଉକ୍ତ ଅନୁମତି ମିଳିବା ପରେ *M/s ITI Ltd.*ର ଅଧିକାରୀମାନଙ୍କୁ ପଚରାଉଚରା କରାଯିବ। ଏହା ପରେ ଶ୍ରୀ ସୁଶାନ୍ତ କୁମାର ନାଥ, IPSଙ୍କୁ ମଧ୍ୟ ପଚରାଉଚରା କରାଯିବାର ଆବଶ୍ୟକତା ହୋଇପାରେ ବୋଲି ସୂଚନା ମିଳଛି ।  

ଏସଆଇ ପରୀକ୍ଷା ଦୁର୍ନୀତିର ଚେର ଓଡ଼ିଶା ବାହାରେ (ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ) ଲମ୍ବିଥିବାରୁ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଓ ସିବିଆଇ ମିଶି ୧୨୦ରୁ ଅଧିକ ଅଭିଯୁକ୍ତ, ଦଲାଲ ଏବଂ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା । ସିବିଆଇ ଏହି ଘଟଣାରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି।

Tags: