ଆଜି ଜୟ ଢୋଲକିଆଙ୍କ ଶପଥ ଗ୍ରହଣ

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ବିଜୟ ହାସଲ କରିବା ପରେ ଆଜି ବିଧାୟକ ଭାବେ ଶପଥ ନେବେ।

ଆଜି ଜୟ ଢୋଲକିଆଙ୍କ ଶପଥ ଗ୍ରହଣ
Samaya Live News Picture
Published On

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କର ହୋଇଛି ବୃହତ ବିଜୟ । ବିଧାୟକ ଭାବେ ଆଜି ଶପଥ ନେବେ ଜୟ ଢୋଲକିଆ । ଦିନ ଗୋଟାଏ ବେଳେ  ବିଧାନସଭାରେ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ସମୟରେ ସମସ୍ତ ମନ୍ତ୍ରୀ ଓ ବିଜେପି ବିଧାୟକ ଉପସ୍ଥିତ ରହିବେ ବୋଳି ସୂଚନା ମିଳିଛି । 

୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ  ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ବାପାଙ୍କ ଦେହାନ୍ତ ପରେ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ I ଏହାପରେ   ୨୦୨୫ ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇ ୧୪ରେ ଭୋଟ ଗଣତି ହୋଇଥିଲା I ଏଥିରେ ଜୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଘାସିରାମ ମାଝୀଙ୍କ ଠାରୁ ୮୩ ହଜାର ରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ I ଜୟଙ୍କୁ ମିଶାଇ ରାଜ୍ୟରେରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା ।

Tags: