ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଫସିଲେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ-cum-ଜିଲ୍ଲା ପ୍ରକଳ୍ପ ସଂଯୋଜକ (DEO-DPC) କାର୍ଯ୍ୟାଳୟର ଜଣେ ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରଜିତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚନ୍ଦ୍ରଜିତଙ୍କର ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।
ସୂଚନାନୁସାରେ, ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଇ ଯୋଜନା ମୁତାବକ ଆଜି ଠିକାଦାରଙ୍କ ଠାରୁ ଚନ୍ଦ୍ରଜିତ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ କାର୍ଯ୍ୟାଳୟ ସମେତ ଗାଲୁପଡ଼ା ସ୍ଥିତ ନୂଆ ଘର ଓ କଟକ ମଧୂପଟଣା ଥାନା ନୂଆପଡ଼ାରେ ଥିବା ଘର ସମେତ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଏନେଇ Prevention of Corruption (Amendment) Act, 2018ର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।




