ଗଜପତି ମହାରାଜଙ୍କ ଅପିଲକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ

ଏ ବିଷୟରେ ଆଉ କିଛି କରି ହେବ ନାହିଁ - ଇସ୍କନ

ଗଜପତି ମହାରାଜଙ୍କ ଅପିଲକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ
Samaya Live News Picture
Published On

ଭୁବନେଶ୍ୱର : ଅଦିନିଆ ରଥଯାତ୍ରାକୁ ନେଇ ନିଜ ଜିଦ ରେ ଅଟଳ ରହିଲା ଇସ୍କନ । ଅ-ତିଥିରେ ସ୍ନାନ ଏବଂ ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ ଗଜପତି ମହାରାଜ । ଗତ ଜୁଲାଇ ୪ ତାରିଖରେ ଗଜପତି ମହାରାଜ ଇସ୍କନ କୁ ଚିଠି ଦେଇଥିଲେ । ତେବେ ଏହାର ଉତ୍ତରରେ ଜୁଲାଇ ୭ ତାରିଖରେ ଇସ୍କନ ପକ୍ଷରୁ ଇ-ମେଲ ପକ୍ଷରୁ କୁହାଯାଇଛି ଆମେ ସମ୍ମାନର ସହ ଆଲୋଚନାରୁ ଓହରୁଛୁ । ତେବେ ଇସ୍କନ ର ମନମାନି କୁ ନେଇ ଗଜପତି ମହାରାଜ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଦ୍ୱାରା ଅବଗତ କରାଇଥିଲେ ।

Tags: