କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ଆରମ୍ଭ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ଆରମ୍ଭ
Samaya Live News Picture
Published On

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଘଟିଥିବା ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଶାସନ ତତ୍ପର । ଘଟଣାର ପ୍ରକୃତ କାରଣ ଏବଂ ଏହା ପଛରେ ଥିବା ସମସ୍ତ ପରିସ୍ଥିତିର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡେପୁଟି କଲେକ୍ଟରଙ୍କୁ ସାମିଲ କରାଯାଇଛି ।

କମିଟି ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବ। ଘଟଣା ସମ୍ପର୍କରେ ସଠିକ୍ ତଥ୍ୟ ସଂଗ୍ରହ କରିବା ପାଇଁ ପରିବାର ଲୋକଙ୍କ ସହ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଘଟଣାରେ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବାବେଳେ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ, ଜିଲ୍ଲାପାଳଙ୍କ ଅଫିସ ସିଡ଼ି ରେଲିଂରୁ ଶ୍ରୀଚନ୍ଦନ ଦରାସଙ୍କ ମୃତଦେହ ମିଳିବା ଦିନକ ପରେ ଅର୍ଥାତ ଶନିବାର ପୁରା ବିଲ୍ଡିଂ କୁ ଧୂଆପୋଛା କରି ଶୁଦ୍ଧ କରାଯାଇ ଅପରାହ୍ଣରେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଶୁଭ କଳସ ସ୍ଥାପନ କରାଯାଇ ହୋମ ଆଦି କରାଯାଇଥିଲା । ଅନ୍ୟପକ୍ଷେ ଏହି ଘଟଣାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଏହକୁ ସମାଲୋଚନା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ପଚାରିବାରୁ କହିଛନ୍ତି ଯେ ଯୁବକଙ୍କ ଆତ୍ମହତ୍ୟା ପରେ ହିନ୍ଦୁ ରୀତିନୀତି ଆଧାରରେ ବିଲ୍ଡିଂକୁ ଶୁଦ୍ଧି ପାଇଁ ଏହି ପୂଜାପାଠ କରାଯାଇଥିଲା । ଏହି ଘଟଣାରେ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ବେଳେ ଯଦି କେହି ଅଧିକାରୀ ଉକ୍ତ ଯୁବକଙ୍କୁ ମାନସିକ ନିର୍ଯାତନା ଦେଇଥିବାର ପ୍ରମାଣ ମିଳିବ । ତା’ ହେଲେ ଉକ୍ତ ଅଧିକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ ।

Tags: