ବିଧାନସଭାରେ ରୋଚକ ଦୃଶ୍ୟ,ଧାନ ମୁଣ୍ଡାଇ ଗୃହରେ ପ୍ରବେଶ କଲେ ସଦସ୍ୟ

ବିଧାନସଭାରେ ରୋଚକ ଦୃଶ୍ୟ,ଧାନ ମୁଣ୍ଡାଇ ଗୃହରେ ପ୍ରବେଶ କଲେ ସଦସ୍ୟ

ଭୁବନେଶ୍ୱର :  ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ ।  ଆରମ୍ଭରୁ ଗୃହରେ ହଙ୍ଗାମା  ଦେଖାଦେଇଥିଲା । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ଏହି ସମୟରେ ଗୃହରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ ।ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ରିପୋଟର୍ଟର ଟେବୁଲରେ ଧାନ ଥୋଇ ଅଭିନବ ଭାବେ ପ୍ରତିବାଦ ଜଣାଇଥିଲେ । ଗୃହରେ ପ୍ରବଳ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ମାତ୍ର ୩ମିନିଟ ଚାଲିଥିଲା । ଏହା ପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ୧୧ଟା ୩୦ଯାଏଁ ମୁଲତବୀ ରଖିଛନ୍ତି ।

ସମ୍ବନ୍ଧିତ ଖବର ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ,ଡ୍ରାଇଭର ମୃତ ୧୦ ଆହତ

Tags: