ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

୨୦୦୨ର ତଥ୍ୟ BLO ଙ୍କୁ ଜଣାଇବେ ଭୋଟର

ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଯେଉଁମାନେ ୨୦୨୫ ଭୋଟର ତାଲିକାରେ ଅଛନ୍ତି, ଯଦି ସେମାନେ ୨୦୦୨ରେ ବି ଭୋଟ ଦେଇଥିବେ ଏବଂ କେଉଁ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଥିଲେ ଏନେଇ  ବିଏଲଓ (BLO)ଙ୍କୁ ସମସ୍ତ ତଥ୍ୟ ଜଣାଇବେ ।

ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି

ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛୁ। ୨୦୨୫ ତାଲିକାରେ ଥିବା ୯୦% ୨୦୦୨ ତାଲିକାରେ ବି ଅଛନ୍ତି । ଆଉ ୧୦ ପ୍ରତିଶତଙ୍କୁ ଜାଣିବା ଆମ ପାଇଁ କଷ୍ଟକର, ସହରାଞ୍ଚଳ ପାଇଁ ଟିକେ ସମସ୍ୟା ହେଉଛି । ଯଦି ୨୦୦୨ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ। ୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ।

ସମ୍ବନ୍ଧିତ ଖବର ଆଜି ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

 

ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି

Tags: