ଆଜିଠାରୁ +୨ ଶ୍ରେଣୀ ର ଇଣ୍ଡକ୍ସନ କ୍ଲାସ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇଣ୍ଡକସନ୍‌ କ୍ଲାସ ଆରମ୍ଭ । ରାଜ୍ୟରେ ଥିବା ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହା ଆଜିଠାରୁ ( ୨୨ ତାରିଖରୁ) ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲିବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେଣୁ ନୂଆ କରି +୨ ରେ ଆଡ଼ମିସନ ନେଇଥିବା ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି I ଇଣ୍ଡକସନ୍‌ କ୍ଲାସ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇଣ୍ଡକସନ୍‌ କ୍ଲାସ ଆରମ୍ଭ । ରାଜ୍ୟରେ ଥିବା ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହା ଆଜିଠାରୁ ( ୨୨ ତାରିଖରୁ) ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲିବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେଣୁ ନୂଆ କରି +୨ ରେ ଆଡ଼ମିସନ ନେଇଥିବା ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି I ଇଣ୍ଡକସନ୍‌ କ୍ଲାସ ରେ ଛାତ୍ରଛାତ୍ରୀମାନେ କଲେଜ ବିଷୟରେ ଜାଣିବେ । ପାଠପଢ଼ା ଧାରା ବିଷୟରେ ଅବଗତ ହେବ । ପରସ୍ପର ସହିତ ମିଶିବା ସହ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ପରିଚିତ ହେବେ ।

ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଆଜିଠାରୁ କ୍ଲାସ ଆରମ୍ଭ ହେଉଛି । ଏବେ ବି କିଛି କଲେଜରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ୍ ନେବେ। ହେଲେ ତାପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ସୂଚନା ମିଳିଛି ।ଏ ନେଇ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି କରାଯାଇଛି ।

ସେହିପରି ଅଲଗା ଅଲଗା ବିଭାଗରେ ସ୍ୱାଗତ ଉତ୍ସବ ଭିନ୍ନ ହେବ । ଯେଉଁଥିରେ ସ୍ୱାଗତ ଭାଷଣ ସହ କଲେଜ ବିଷୟରେ ବିସ୍ତୁତ ବିବରଣୀ କଲେଜ ପ୍ରିନସପାଲ ଦେବେ ନହେଲେ ସିନିୟର ଫାକଲ୍ଟି ପ୍ରଦାନ କରିବେ । ଶିକ୍ଷକମାନେ ନିଜ ପରିଚୟ ଛାତ୍ରଛାତ୍ରୀଙ୍କୁ ଦେବେ । ଯୁକ୍ତ ଦୁଇ ପାଠ୍ୟ ଖସଡ଼ା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ତା’ସହିତ ପରୀକ୍ଷା ସମ୍ପର୍କିତ ଧାରଣ, କିପରି ପ୍ରଶ୍ନପତ୍ର ଆସିବ ସେ ବିଷୟରେ ମଧ୍ୟ ବୁଝାଇ କହିବେ । ଟାଇମ୍‌ ଟେବୁଲ ପ୍ରଦାନ କରିବେ । ଏଥିରେ ରାଗିଙ୍ଗ ନହେବା ପାଇଁ ରହିଥିବା ନିୟମକୁ କଡାକଡି କରାଯିବା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବେ I

ସୂଚନାନୁସାରେ ଗତ ଜୁଲାଇ ୨୭ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା +୨ ବିଜ୍ଞାନରେ ମୋଟ ପାସ୍ ହାର ୯୪.୧୨%। ୭୬, ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨, ୧୦୬ ପାସ୍ କରିଥିଲେ। ଗତ ଅଗଷ୍ଟରେ ୮ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ଏଥର ପାସ୍ ହାର ୮୨.୧୦ ପ୍ରତିଶତ।