ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ

ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ମଧ୍ୟ ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ । ସାରା ଦେଶରେ ପ୍ରାୟ ୬ ଶହରୁ ଅଧିକ ଫ୍ଲାଇଟ ବାତିଲ କରାଯାଇଛି । ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି । କେବଳ ଦିଲ୍ଲୀରୁ ୫ଶହ ଫ୍ଲାଇଟ ବାତିଲ ହୋଇଛି । ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ଏହାର ଅପରେସନ ।

ସମ୍ବନ୍ଧିତ ଖବର ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅନୁଭବ

ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୫୫୦ ବିମାନ ଉଡାଣ ବାତିଲ ରହିଥିଲା । କେବଳ ଦିଲ୍ଲୀରୁ ୫୦୦ ଉଡାଣ ବାତିଲ ହୋଇଥିବାବେଳେ ଭୁବନେଶ୍ୱରରୁ ମଧ୍ୟ  ୧୬ଟି ବିମାନ ଉଡାଣ ବାତିଲ ରହିଥିଲା । ବିମାନ ବାତିଲ ପାଇଁ କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି କର୍ତୃପକ୍ଷ ।  ତେବେ ବିମାନ ଉଡାଣ ବାତିଲ ହୋଇଥିବାରୁ ଯାତ୍ରୀଙ୍କ ଟିକେଟ କ୍ୟାନସେଲ କିମ୍ବା ଟଙ୍କା ମଧ୍ୟ ଫେରସ୍ତ କରି ନଥିବା ସୂଚନା ମିଳିଛି । ଏଥିପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚରମସୀମାରେ ପହଁଚିଛି । ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। 

ସମ୍ବନ୍ଧିତ ଖବର ଆଜି ସମସ୍ତ ଶିକ୍ଷାନୁଷ୍ଠାନର ସାମୁହିକ ବନ୍ଦେ ମାତରମ୍‌ ଗାଇଲେ ଛାତ୍ରଛାତ୍ରୀ

ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, କର୍ମଚାରୀଙ୍କ ସମୟରେ ପରିବର୍ତ୍ତନ, ପାଇଲଟଙ୍କ ଅଭାବ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସମାଧାନ ଲାଗି ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇଥିଲା।କେନ୍ଦ୍ର ମନ୍ତ୍ରୀ ନିଜେ ସମୀକ୍ଷା କରିଛନ୍ତି। ସେପଟେ ବିମାନ ଯାତ୍ରୀଙ୍କ ସୁବିଧା ପାଇଁ FDTL-CAR କୃ ନିୟମ କୋହଳ କରିବାକୁ ଡିଜିସିଏକୁ ଅନୁରୋଧ କରିଛି ଇଣ୍ଡିଗୋ। ଭୁବନେଶ୍ଵର ବିମାନ ବନ୍ଦରରେ ମଧ୍ୟ ଦେଖା ଦେଇଛି ବିଭ୍ରାଟ।

ସମ୍ବନ୍ଧିତ ଖବର  ପାଣି ବୋତଲ ଭିତରେ ଗଞ୍ଜେଇ ଚାଲାଣ

Tags: