ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ

ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ
Samaya Live News Picture
Published On

ତେହେରାନ : ଭାରତୀୟଙ୍କୁ ଇରାନ ଛାଡିବାକୁ ନିର୍ଦ୍ଦେଶ I ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ, ତେହେରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଦେଇଛି । ଭାରତର ଏହି ପରାମର୍ଶ ପରେ, ଇରାନ ଉପରେ ଆମେରିକାର ଆକ୍ରମଣର ସମ୍ଭାବନା ଆହୁରି ବୃଦ୍ଧି ପାଇଛି । ଇରାନରେ ଏବେ ପିରିସ୍ଥିତି ଗମ୍ଭୀର ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି  ।

BBBBBBB
ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ

 

ଫେବୃଆରୀ ୨୩ ତାରିଖରେ ଜାରି ହୋଇଥିବା ଏକ ସତର୍କ ସୂଚନାରେ, ଭାରତୀୟ ଦୂତାବାସ କହିଛି ଯେ ଜାନୁଆରୀ ୫, ୨୦୨୬ରେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶକୁ ଜାରି ରଖି ଏବଂ ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନରେ ଉପସ୍ଥିତ ଥିବା ଭାରତୀୟ ନାଗରିକ (ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକ)ଙ୍କୁ ଆଜି ହିଁ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

ଏକ୍ସରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି ଯେ, ”ଛାତ୍ର, ତୀର୍ଥଯାତ୍ରୀ , ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ, ବାଣିଜ୍ୟିକ ବିମାନ ସମେତ ଉପଲବ୍ଧ ଉପାୟରେ ଇରାନ ଛାଡିବା ଉଚିତ୍ । ବର୍ତ୍ତମାନ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି । ସମସ୍ତ ଭାରତୀୟ ସର୍ବଦା ସେମାନଙ୍କର ପାସପୋର୍ଟ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ଟ୍ରାଭେଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖ । ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ ।”

ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି, ଯାହା ଦ୍ୱାରା ଦୂତାବାସରେ ଯୋଗାଯୋଗ କରାଯାଇପାରିବ। ନମ୍ବର ଗୁଡିକ ଗେଲା +୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୯ ,+୯୮ ୯୧୨ ୮୧୦ ୯୧୦୨, +୯୮ ୯୯୩ ୨୧୭ ୯୩୫୯ ।

ଏହା ପୂର୍ବରୁ ମଧ୍ୟ ୧୪ ଜାନୁଆରୀ ୨୦୨୬ରେ ମଧ୍ୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରି ସତର୍କ କରାଯାଇଥିଲା। ଅତି ଆବଶ୍ୟକ ନଥିଲେ ଇରାନ ଯିବାକୁ ଏଥିରେ ବାରଣ କରାଯାଇଥିଲା। ଏବଂ ଆନ୍ଦୋଳନ ସ୍ଥାନଗୁଡ଼ିକୁ ନ ଯିବାକୁ ମଧ୍ୟ କୁହାଯାଇଥିଲା। ତେବେ ବର୍ତ୍ତମାନର ସ୍ଥିତି ଦେଖି ଦୂତାବାସ ସହ ଯୋଗାଯୋଗ ଜାରି ରଖିବାକୁ କୁହାଯାଇଛି। ଏବଂ ଯେଉଁମାନେ ବର୍ତ୍ତମାନ ଇରାନରେ ରହୁଛନ୍ତି ସେମାନେ ତୁରନ୍ତ ଦୂତାବାସରେ ଆସି ନାଁ ପଞ୍ଜିକରଣ କରାଇବାକୁ ପରାମର୍ଶ ଦିଆଯାଇଛି।

Tags: