ବୃଦ୍ଧି ହେଲା ୭ ହଜାର ବୁଥ

ବୃଦ୍ଧି ହେଲା ୭ ହଜାର ବୁଥ

ଭୁବନେଶ୍ୱର:  SIR ପୂର୍ବରୁ ରାଜ୍ୟରେ ବୃଦ୍ଧି ହେଲା ବୁଥ ସଂଖ୍ୟା । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି । SIR ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି ଓଡ଼ିଶା ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର । ସେ କହିଛନ୍ତି କି, ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ ମାସ ଧରି ଚାଲିଛି । ଗୋଟିଏ ବୁଥରେ ୧୨୦୦ ରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରୋସେସ ସରିଛି । ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ ସୃଷ୍ଟି ହୋଇଛି । ସବୁ ବୁଥରେ ୧୨୦୦ କିମ୍ବା ତାଠାରୁ କମ୍ ଭୋଟର ରହିବେ । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । 

ସମ୍ବନ୍ଧିତ ଖବର ବିବାହ ପାଇଁ ଝିଅଙ୍କ ନିଷ୍ପତ୍ତି ଗୁରୁତ୍ତ୍ୱପୂର୍ଣ୍ଣ - ହାଇକୋର୍ଟ

୨୦୦୨  ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା । ୨୦୦୨ ରୁଲରେ ଯେଉଁମାନଙ୍କ ନାମ ଥିଲା ୨୦୧୫ ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ । ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । ୨୦୧୫  ଏବଂ ୨୦୦୨ ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ ।

ସମ୍ବନ୍ଧିତ ଖବର ୮ଟି ବିଭାଗର ୧୧ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର

Tags: