ବଢ଼ିଲା ବସ୍‌ ଭଡ଼ା

ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ୪ ପଇସା ,ସୁପର ଡିଲକ୍ସ ୬ପଇସା ବୃଦ୍ଧି

ବଢ଼ିଲା ବସ୍‌ ଭଡ଼ା
Samaya Live News Picture
Published On

ଭୁବନେଶ୍ୱର : ଅହେତୁକ ମୁଖ୍ୟବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବାବେଳେ ପୁଣି ବଢିଛି ବସ ଭଡା । ଦୁଇ ଦିନ ପୂର୍ବରୁ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ  ଘରୋଇ ବସ୍ ମାଲିକ ସଂଘ । ଏହାକୁ ମାନି ନେଇ ରାଜ୍ୟ ସରକାର ପୁଣି ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ସାଧାରଣ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ (୨ପଇସା)କୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସା ଏବଂ ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ (୪ପଇସା) କୁ ବୃଦ୍ଧି ହୋଇଛି। 

ସେହିପରି ,AC ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫୯ପଇସାରୁ ବଢ଼ି ୧ଟଙ୍କା ୬୩ ପଇସା ହୋଇଛି । ସୁପର ଡିଲକ୍ସ ବସ ଭଡ଼ା ୨ଟଙ୍କା ୪୭ ପଇସାରୁ ବଢ଼ି ୨ଟଙ୍କା ୫୩ (୬ ପଇସା)କୁ  ହୋଇଛି । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ଥର ପାଇଁ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛନ୍ତି ସରକାର। 

ସୂଚନାନୁସାରେ, ମେ' ମାସ ୧୫ତାରିଖ ବେଳକୁ ତୈଳ ଦର ବୃଦ୍ଧି ପାଇବା ପରେ ହିଁ ୨୪ ଘଣ୍ଟା ଭିତରେ ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଥିଲା । ଏବେ ପୁଣି ଆଉ ଥରେ ବସ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

 

Tags: