ମହିଳା ଥାନାରୁ କଏଦୀ ଫେରାର ଘଟଣା ,ଡିସିଓ ଏବଂ ସେଣ୍ଟ୍ରି ନିଲମ୍ବିତ

ମହିଳା ଥାନାରୁ କଏଦୀ ଫେରାର ଘଟଣା ,ଡିସିଓ ଏବଂ ସେଣ୍ଟ୍ରି ନିଲମ୍ବିତ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଘଟଣାରେ ବଡ଼ ଆକ୍ସନ । କାର୍ଯ୍ୟରେ ଅବହେଳା ପାଇଁ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଡିସିଓ ତିଲୋତ୍ତମା ପୃଷ୍ଟିଙ୍କ ସହ ସେଣ୍ଟ୍ରି ଙ୍କୁ ନିଲମ୍ବିତ ଭୁବନେଶ୍ୱର କରିଛନ୍ତି ଡିସିପି । ଗୁରୁବାର ଦିନ ପ୍ରେମ ଓ ପ୍ରତାରଣା ମାମଲାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାରକୁ ମହିଳା ଥାନା ପୋଲିସ ଗିରଫ କରିଥିଲା । ତେବେ ଶୁକ୍ରବାର ଦିନ ଡିସିଓ ବାଥରୁମ ଯାଇଥିବା ବେଳେ ସେଣ୍ଟ୍ରି ଅଭିଯୁକ୍ତକୁ ଜଳଖିଆ ଖାଇବାକୁ ଦେଇଥିଲେ । ସେହି ସମୟରେ ରୁଦ୍ର ହଠାତ୍ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଥାନା ବାହାରକୁ ଦୌଡ଼ି ପଳାଇଥିଲା । ଏନେଇ ମହିଳା ଥାନା ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରିଛି । ଥାନା ଭଳି ଏକ ସୁରକ୍ଷିତ ସ୍ଥାନରୁ ଅପରାଧୀ ଫେରାର ହୋଇଯିବା ଘଟଣା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ହୋଇଛି । ଘଟଣାର ଗମ୍ଭୀରତାକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମେ କାର୍ଯ୍ୟରେ ଅବହେଳା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ମହିଳା ଥାନାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଭୁବନେଶ୍ୱର ଡିସିପି  । 

Tags: