ଅପରାହ୍ନରେ ଶ୍ରଦ୍ଧାଳୁ ପାଇବେ ଆଡ଼ପ ଅବଢ଼ା

ଅପରାହ୍ନରେ ଶ୍ରଦ୍ଧାଳୁ ପାଇବେ ଆଡ଼ପ ଅବଢ଼ା
Samaya Live News Picture
Published On

ପୁରୀ : ଆଜି ଅପରାହ୍ନରେ ଶ୍ରୀଜୀଉଙ୍କ ଆଡପ ବିଜେ । ରଥ ଉପରେ ଅବକାଶ ନୀତି ପରେ ତିନି ରଥ ଶରଧା ବାଲିରେ ପହଞ୍ଚିଛି । ସନ୍ଧ୍ୟାରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ଜନ୍ମବେଦୀରେ ଲୀଳା ରଚିବେ କାଳିଆ ସାଆନ୍ତ । ଆଜି ରଥ ଉପରେ ସକାଳ ଧୁପ ଗୋପାଳବଲ୍ଲଭ , ମଧ୍ଯାହ୍ନ ଧୁପ ଓ ସଂନ୍ଧ୍ଯା ଧୁପ ସରିବା ପରେ ହେବ ବଡସିଂହାର ବେଶ । ଏହାପରେ ଠିଆ ପହୁଡ ଅର୍ଥାତ ଟେରା ପଡିବ। ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିସହ ଆସନ୍ତା କାଲିଠାରୁ ଭକ୍ତ ମନେ ପାଇବେ ଆଡପ ଅଭଡ଼ା । ଭକ୍ତଙ୍କ ଶୃଙ୍ଖଳିତ ପହଣ୍ଡି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସାରିବା ପରେ ପହଣ୍ଡି ବିଜେ ଆରମ୍ଭ ହେବ । ଶରଧାବାଲିରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି । ପ୍ରବଳ ବର୍ଷା ସତ୍ତ୍ବେ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଧାଡି ଛୁଟିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ ପୁରାଇ ଦେଖୁଛନ୍ତି ଶ୍ରଦ୍ଧାଳୁ ।

Tags: