ଓଡ଼ିଶାରେ ବିଜେପି ଅଧକ୍ଷ୍ୟ ଜେପି ନଡ୍ଡା,ଜନତା ମୈଦାନରେ ବିଶାଳ ସମାବେଶ

ଭୁବନେଶ୍ୱର : ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ.ପି.ନଡ୍ଡା । ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେପି ନଡ୍ଡା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ରଣନୀତି ଆରମ୍ଭ କରୁଛି । ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ.ପି.ନଡ୍ଡା । ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେପି ନଡ୍ଡା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ରଣନୀତି ଆରମ୍ଭ କରୁଛି । ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି । ନବୀନ ସରକାରକୁ ଓପାଡ଼ି ଫିଙ୍ଗିଦେବାର ସମୟ ଆସିଛି । ଏ ସରକାର ଖାଲି ଠପା ମାରିବା ଜାଣିଛି । ପ୍ରଧାନମନ୍ତ୍ରୀ ଆବାସ ଘର ଦେବେ ମୋଦି, ହେଲେ ନାଁ ବିଜେଡି ସରକାରର ହେବ । PMAY ଘରକୁ ବିଜୁ ପକ୍କା ଘର ନାଁରେ ଠପ୍ପା ମାରି ଲୋକଙ୍କୁ ଭୁତେଇବାରେ ବ୍ୟସ୍ତ । ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଛନ୍ତି । ରାଜ୍ୟରେ ମନରେଗାରେ ଜାଲ୍ ବିଲ୍ ଚାଲିଛି, କି ଶାସନ ଚାଲିଛି ଏଠି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ସବୁଠାରୁ ଅଧିକ ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜନତା ମଇଦାନରୁ ରାଜ୍ୟସରକାରଙ୍କ ଉପରେ ସିଧାସଳଖ ପ୍ରଶ୍ନ ବାଣ ଛାଡିଥିଲେ ଅପରାଜିତା । ବିଜେପି କାର୍ଯ୍ୟକ୍ରମକୁ ବିଜେଡି ଡରୁଛି କି ? ବିଜେପିର ସଭା ଦିନ ହିଁ କାହିଁକି ସମ୍ମିଳନୀ କରୁଛି ବିଜେଡି ? ବିଜେପିକୁ ଏତେ ଭୟ କାହିଁକି କରୁଛି ବିଜେଡି ? ଏହିଭଳି କିଛି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ନଡ୍ଡା କଟାକ୍ଷ କରିଛନ୍ତି । ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବି ସୁରକ୍ଷିତ ନାହିଁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଚାବି ମିଳିଲାନି କିନ୍ତୁ ପରେ ଡୁପ୍ଲିକେଟ ଚାବି ମିଳିଗଲା । ସରକାର ଡୁପ୍ଲିକେଟ, ତେଣୁ ଚାବି ଡୁପ୍ଲିକେଟ ହେବ ହିଁ ହେବ । ଏଭଳି ସରକାରକୁ ଓପାଡ଼ି ଫିଙ୍ଗି ବିଜେପିକୁ ଶାସନ ଆଣିବାକୁ କହିଛନ୍ତି ନଡ୍ଡା ।

ଅନ୍ୟପଟେ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯେଉଁ ରାଜ୍ୟରେ ମନ୍ତ୍ରୀ ହତ୍ୟାରେ ସାମିଲ ଅଛନ୍ତି, ସେଠାରେ କିପରି ଶାସନ ଚାଲିବ ତାହା ସ୍ପଷ୍ଟ ଜଣାପଡ଼ୁଛି ।