ବାତ୍ୟା ପାଇଁ ୪ ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାତ୍ୟା ପାଇଁ ୪ ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନରେ ରାଜ୍ୟ ସରକାର । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍’ ଭୀଷଣ ରୂପ ନେଇ ଆଜି ରାତି ସୁଦ୍ଧା ଆନ୍ଧ୍ର ପ୍ରଦେଶ ର ନେଲୋର -ଟୁନି ମଧ୍ୟରେ ଲାଣ୍ଡଫଲ କରିବା ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ସୋମବାର ଅପରାହ୍ନ ୪ଟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସରକାର ସମାନ୍ତରାଳ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି ।

ବର୍ତ୍ତମାନର ଆକଳନ ଅନୁସାରେ, ସିଷ୍ଟମଟି ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବକୁ ନେଇ ଓଡ଼ିଶାର କିଛି ଜିଲ୍ଲା ପ୍ରତି ଅଧିକ ସତର୍କତା ରଖାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ଅଧିକ ବିପଦ ଥିବା ନେଇ ସୂଚନା ଦିଆଯାଇଛି । ଏଥିସହ ଯାଜପୁର, ଭଦ୍ରକ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି । ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରଖିବାକୁ ପ୍ରଶାସନକୁ କୁହାଯାଇଛି । ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍ (NDRF), ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି ।

Tags: