ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
By: Samaya Live News
ପୁରୀ : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ ଚାଲିଛି । ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ନେଇ ଆସିପାରେ ମାର୍ଗଦର୍ଶିକା । ପରିଚାଳନା କମିଟିର ମାର୍ଗଦର୍ଶିକାକୁ ନେଇ ଚୂଡାନ୍ତ ଆଲୋଚନା ହେବ । ଏହାପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ପ୍ରଥମେ ଆଦର୍ଶ ଗୁରୁକୂଳକୁ ନେଇ ଗଜପତି ବୈଠକ କରିଥିଲେ ।
ସେହିପରି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ହେବ ବିସ୍ତୃତ ଆଲୋଚନା । ନାଟମଣ୍ଡପରେ ଧାଡି ଦର୍ଶନ, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି,ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ, ପୁରୀବାସୀଙ୍କ ସୁବିଧା ଦର୍ଶନ ଉପରେ ହେବ ବୈଠକରେ ଆଲୋଚନା । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।
ସମ୍ବନ୍ଧିତ ଖବର ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ୭ ମାଓବାଦୀ ମୃତ
Tags:



