ରଥଯାତ୍ରା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ରଥଯାତ୍ରା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ପାଇଁ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତୁତ ରଥଯାତ୍ରା ମାଷ୍ଟର ପ୍ଲାନ୍ ୨୦୨୬କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଉପସ୍ଥାପନ କରିଥିଲେ । 

ସମ୍ବନ୍ଧିତ ଖବର ଆଇଏଏସ ସ୍ତରରେ ଅଦଳବଦଳ

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪, ସୁନାବେଶ ଜୁଲାଇ ୨୫ ଏବଂ ନୀଳାଦ୍ରି ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନଯାତ୍ରା ଆଦି ନୀତି ରହିଛି । ରଥ ନିର୍ମାଣ ଲାଗି ରଥ କାଠ ସୁବିଧା କରାଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ବଡ଼ ଧରଣର ସଡକ ଦୁର୍ଘଟଣା , ୪ ଆହତ

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପାଇଁ ୨ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା ହୋଇଛି । ରଥଟଣା ଠିକ୍ ସମୟରେ  ହେବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରିକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । 

ସମ୍ବନ୍ଧିତ ଖବର କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

ଚଳିତ ବର୍ଷ ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡ଼ଦାଣ୍ଡ ସମେତ ଉତ୍ତରା ଛକରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ଖଞ୍ଜିବାକୁ ଡିଜିପି ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦିଆଯାଇଛି । ଓକାକ୍ ସହାୟତାରେ ଏଥିପାଇଁ ବ୍ୟବସ୍ଥା କରାଯିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପହଣ୍ଡି ଓ ନୀତି ସଂପର୍କିତ ସୂଚନା ଓ ରଥଯାତ୍ରାର ଧାରା ବିବରଣୀ ସୂଚନା ହେବା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ଏଲଇଡି ଟିଭି ଲଗାଇବାକୁ ଅନୁରୋଧ କରାଯାଇଛି ।

 

Tags: