ଆଜି ମହାନଦୀ ଟ୍ରିବ୍ୟୁନାଲ ର ଗୁରୁତ୍ତ୍ୱପୂର୍ଣ୍ଣ ଶୁଣାଣି

ଆଜି ମହାନଦୀ ଟ୍ରିବ୍ୟୁନାଲ ର ଗୁରୁତ୍ତ୍ୱପୂର୍ଣ୍ଣ ଶୁଣାଣି
Samaya Live News Picture
Published On

ଭୁବନେଶ୍ୱର : ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର। ମହାନଦୀର ଜଳବଣ୍ଟନ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ହେବ ଆଲୋଚନା । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବେଲା ତ୍ରିବେଦୀ ଦୁଇ ରାଜ୍ୟର ପକ୍ଷ ଶୁଣିବା ସହ ସମାଧାନର ବାଟ ବାହାର କରିବା ସମ୍ଭାବନା ରହିଛି ।

ଏହା ପୂର୍ବରୁ ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଅବବାହିକା ଗସ୍ତ କରି ସ୍ଥିତି ପରଖିଛନ୍ତି ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ବାଧୀନ ୧୦ଜଣିଆ ଟିମ । ଆଜିର ଶୁଣାଣିରେ ଦୁଇ ରାଜ୍ୟର ସୀମା ବୁଲି ଦେଖିଥିବା ଟ୍ରିବ୍ୟୁନାଲ୍ ଟିମର ରିପୋର୍ଟ ଓ ଆଗାମୀ ରୋଡମ୍ୟାପ୍ ଉପରେ ଆଲୋଚନା ହେବ । ବିବାଦର ସମାଧାନ ପାଇଁ ଏକ ସହମତି ଭିତ୍ତିକ ନିଷ୍ପତ୍ତି ନେବାକୁ ଚେଷ୍ଟା ଚାଲିଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକରେ ସମାଧାନର ବାଟ ବାହାରିବା ନେଇ ଆଶା ରହିଛି । ଏପ୍ରିଲ ୧୩ତାରିଖରେ ଶେଷ ହେଉଥିବା ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ। ଏହା ପରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସେପଟେ ଦୀର୍ଘ ୮ ବର୍ଷ ଶୁଣାଣି ଚାଲିଥିଲେ ମଧ୍ୟ ବାହାରି ପାରିନାହିଁ ନିଷ୍କର୍ସ। ତେଣୁ ଏବେ କେମିତି ବାହାରିବ ସମାଧାନର ବାଟ ତା ଉପରେ ନଜର। 

Tags: