ସନ୍ଧ୍ୟାରେ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

ସନ୍ଧ୍ୟାରେ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ ଗୁରୁତ୍ତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ୯ ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବଜେଇବାର ସମ୍ଭାବନା ରହିଛି ।

ରାଜସ୍ବ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନ ହେବାର ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୨୫ଟି ଲେଖାଏଁ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ବିଶେଷ କରି କୃଷକଙ୍କ ବିକାଶକୁ ଦୃଷ୍ଟିରେ ରଖି ଇନ୍ ପୁଟ ସବ୍ ସିଡି ପ୍ରଦାନ, ମହିଳା ସଶକ୍ତୀକରଣ ଲାଗି ସୁଭଦ୍ରା’ ଯୋଜନା ଲାଗୁ, ଶିକ୍ଷାକୁ ସାର୍ବନଜୀନ କରିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଲାଗି ଗୁରୁତ୍ୱ ଦିଆଯାଉଛି ।


 

Tags: