ମଞ୍ଚ ଛାଡିବିନି - ପିୟୁଷ
ଭୁବନେଶ୍ୱର : ଯାତ୍ରା କଳାକାର ପିୟୁଷ ତ୍ରିପାଠୀଙ୍କୁ ଅଦାଲତଙ୍କ ଚରମ ବାଣୀ । କୋର୍ଟଙ୍କ ନୋଟିସ ସତ୍ୱେ ମଞ୍ଚ ଛାଡ଼ିବେ ନାହିଁ ବୋଲି କହିଛନ୍ତି ପିୟୁଷ । ସେ କହିଛନ୍ତି ମଞ୍ଚ ଛାଡିବିନି । ଯାତ୍ରା କରି ଭୁଲ ହୋଇଛି କିନ୍ତୁ ବଡ ଅପରାଧ କରିନି । କଳାକାରଙ୍କୁ ମଞ୍ଚଠୁ ଦୂରେଇ ରଖିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି । ନୋଟିସକୁ ଅପେକ୍ଷା କରିଛି ।
୬ମାସର ପରେ ବୁଧୁବାର ଯାତ୍ରା ସିଂହବାହିନୀ ପକ୍ଷରୁ ଚଣ୍ଡିଖୋଲଠାରେ ଆୟୋଜିତ ‘ତୁ ମୋ ବଜରଙ୍ଗୀ’ ନାଟକ ମଞ୍ଚସ୍ଥ ହୋଇଥିଲା । ଖଚାଖଚ ଦର୍ଶକଙ୍କ ଭିଡ଼ ସାଙ୍ଗକୁ ଅଭିନୟ କରିଥିଲେ ପୀୟୂଷ । ଏହା ପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଏବଂ ଅଭିଯୋଗ କରିଥିଲେ ଯେ ପୀୟୂଷଙ୍କ ସହ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଥିବା ସତ୍ତେ୍ୱ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।



