ନବବଧୂ ହତ୍ୟା ଘଟଣାରେ ସ୍ୱାମୀ ସମେତ ଶାଶୁ ଶ୍ୱଶୁର ଗିରଫ

ନବବଧୂ ହତ୍ୟା ଘଟଣାରେ ସ୍ୱାମୀ ସମେତ ଶାଶୁ ଶ୍ୱଶୁର ଗିରଫ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ନବବଧୂ କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେଲେ ଶାଶୂଘର ଲୋକେ । ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ । ନବବଧୂଙ୍କ ପରିବାର ପକ୍ଷରୁ ଭରତପୁର ଥାନା ଅଭିଯୋଗ ପରେ ପୋଲିସ ସ୍ୱାମୀ, ଶଶୁର ଓ ଶାଶୂଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଭରତପୁର ଅଞ୍ଚଳରେ ରହୁଥିବା ବ୍ୟାଙ୍କ ମ୍ୟାନେଜର ସ୍ବାମୀ ସଚିନ ଦାସ, ଶଶୁର ରାଜେଶ କୁମାର ଦାସ ଓ ଶାଶୁ ରୀତା ଦାସ। ମୃତ ମହିଳା ହେଲେ ସ୍ନେହା ଗୁପ୍ତା। 

ମିଳିଥିବା ଖବର ଅନୁଯାୟୀ, ଗତ ୨୦୨୫ ଡିସେମ୍ବର ୨୧ରେ ପଶ୍ଚିମବଙ୍ଗର ଗରୁଳିଆ ଅଞ୍ଚଳର ଯୋଗେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ଝିଅ ସ୍ନେହାଙ୍କ ବିବାହ ନୈହାଟି ଅଞ୍ଚଳର ସଚିନ ଦାସଙ୍କ ସହ ହୋଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ସ୍ୱାମୀ, ଶ୍ୱଶୁର ଓ ଶାଶୂ ତାଙ୍କୁ ମାନସିକ ନିର୍ୟାତନା ଦେଉଥିବା ଏତଲାରେ ଦର୍ଶାଯାଇଛି । ଏଥିସହ ସଚିନଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଏବଂ ଏହାକୁ କେନ୍ଦ୍ର କରି ସେ ସ୍ନେହାଙ୍କୁ ବାରମ୍ବାର ମାନସିକ ନିର୍ୟାତନା ଦେବା ସହ ମରିଯିବାକୁ କହୁଥିବା ଅଭିଯୋଗ ହୋଇଛି । ଗତ ୧୭ ତାରିଖରେ ସ୍ନେହାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଝୁଲାଇ ଦେଇ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ସ୍ୱାମୀ ଉଦ୍ୟମ କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

 

Tags: