ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ଶହ ଶହ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ଶହ ଶହ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ଯାଜପୁର : ଆଜି ପବିତ୍ର ବାରୁଣି ସ୍ନାନ। ଯାଜପୁରରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ବଡ଼ି ଭୋରରୁ ବୁଡ଼ ପକାଇ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରୁଛନ୍ତି ଶ୍ରଦ୍ଧାଳୁ । ବାରୁଣୀ ଅବସରରେ ଏହି ତୀର୍ଥ ସ୍ଥାନରେ ସ୍ନାନ କଲେ ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । 

ସମ୍ବନ୍ଧିତ ଖବର ବିବାଦରେ ଉପାସନାଙ୍କ ଭୋଟ , କଂଗ୍ରେସ ଓ ବିଜେଡି ର ବିରୋଧ

ବୈତରଣୀ ନଦୀ କୂଳରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି । ଲୋକଙ୍କ ବିଶ୍ୱାସ ରହିଛି ଗଙ୍ଗାଠୁ ବୈତରଣୀ ୧୨ ବର୍ଷ ବଡ଼ । ତେଣୁ ଗଙ୍ଗା ନଦୀ ଭଳି ଓଡ଼ିଶାରେ ବୈତରଣୀ ହିଁ ବାରୁଣୀ ସ୍ନାନ ପାଇଁ ସର୍ବଶ୍ରେଷ୍ଠ । ବାରୁଣୀ ଅବସରରେ ବିଭିନ୍ନ ପବିତ୍ର ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାରୁଣୀ ସ୍ନାନ ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ସମ୍ବନ୍ଧିତ ଖବର CPET ପରୀକ୍ଷା ଆବେଦନ ସମୟ ସୀମା ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

Tags: