ଭେଣ୍ଟିଲେଟରରେ ହ୍ୟୁମାନ ସାଗର

ସରକାରୀ ସାହାଯ୍ୟ ପାଇଁ ମା'ଙ୍କ ନିବେଦନ

ଭେଣ୍ଟିଲେଟରରେ ହ୍ୟୁମାନ ସାଗର

ଭୁବନେଶ୍ୱର : ସଂଗୀତ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଅଧିକ ଚିକିତ୍ସା ସକାଶେ ସରକାରୀ ସାହାଯ୍ୟ ପାଇଁ ମା'ଙ୍କ ନିବେଦନ । ହ୍ୟୁମାନ ସାଗରଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଛି । କିଛିଦିନ ପୂର୍ବରୁ ସେ କିଡ୍ନୀ ଏବଂ ଲିଭର ଜନିତ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହେବାରୁ ଗୁରୁତର ଅବସ୍ଥାରେ ଗତକାଲି ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଏମର୍ଜେନ୍ସି ବିଭାଗରେ ପ୍ରାରମ୍ଭିକ ଚିକିତ୍ସା ପରେ ମେଡିକାଲ ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ଇକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ୭୨ ଘଣ୍ଟା ଯାଏ ଅବଜରଭେସନରେ ରଖାଯାଇଛି। 

Read More ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ,ଯାତାୟତ ଠପ

ଏହି ସମୟରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି। ମୋ ପୁଅ ଭେଣ୍ଟିଲେଟର୍‌ରେ ଅଛି। ଦୟାକରି ମୋ ପୁଅକୁ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି।

Read More ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

ଏମ୍‌ସ ପକ୍ଷରୁ ଜାରି ସୂଚନା ଅନୁସାରେ, ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମଲ୍ଟି ଅର୍ଗାନ ଡିସ୍‌ଫଙ୍କ୍‌ଶନ୍‌ ସିଣ୍ଡ୍ରୋମ୍‌ (ଏମ୍‌ଓଡିଏସ୍‌) ଯଥା ଏନ୍‌ସେଫାଲୋପାଥି, ଆଘାତ, ଶ୍ୱାସକ୍ରିୟା ବିଫଳତା, ତୀବ୍ର ବୃକକ୍‌ ଆଘାତ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ, କୋଆଗୁଲାପାଥି ଚିହ୍ନଟ ହୋଇଛି। ଏଥିସହ ଅତ୍ୟଧିକ କ୍ରନିକ୍‌ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍‌ଭି ସିଷ୍ଟୋଲିକ୍‌ ଡିସ୍‌ଫଙ୍କ୍‌ସନ ସହିତ ଡିଲାଟେଡ୍‌ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ହ୍ୟୁମାନ ସାଗରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Read More ଆଜିଠାରୁ ୧୫ ଦିନ ଧରି ବ୍ୟାପକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୂଚନାନୁସାରେ,ହ୍ୟୁମାନଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା । ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

 

Tags: