ଟିଟିଲାଗଡ଼ରେ ହ୍ୟୁମାନ ସାଗରଙ୍କ ସ୍ମୃତିସଭା ମଞ୍ଚ ଅନୁଷ୍ଠିତ

ଭାବି ବିହ୍ଵଳ ହେଲା ପରିବେଶ,ସମସ୍ତଙ୍କ ଆଖିରେ ଲୁହ

ଟିଟିଲାଗଡ଼ରେ ହ୍ୟୁମାନ ସାଗରଙ୍କ ସ୍ମୃତିସଭା ମଞ୍ଚ ଅନୁଷ୍ଠିତ

ଭୁବନେଶ୍ୱର : ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ଓଲିଉଡ଼ ଗାୟକ ସ୍ବର୍ଗତଃ ହ୍ୟୁମାନ ସାଗରଙ୍କ ସ୍ମୃତି ସଭା ମଞ୍ଚ ଅନୁଷ୍ଠିତ ହୋଇ ଯାଇଛି । ମଞ୍ଚରେ ଓଲିଉଡ଼ ତାରକା ଅନୁଭବ ମହାନ୍ତିଙ୍କ ସମେତ ବହୁ ନାମୀ ଦାମୀ କଳାକାର ଏକାଠି ହୋଇଥିଲେ । ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।  ଏହି ଷ୍ଟେଜ୍‌ରେ ହ୍ୟୁମାନ ତାଙ୍କ ସୁଲଳିତ କଣ୍ଠରେ ଗାଇଥିବା ଗୀତଗୁଡ଼ିକ ବାଜୁଥିଲା। ଯାହା ଶୁଣି ସଭାରେ ଉପସ୍ଥିତ ଥିବା ତାଙ୍କ ମା ଶେଫାଳି ସୁନା, ସ୍ତ୍ରୀ ଶ୍ରୀୟା ମିଶ୍ର ଏବଂ ଝିଅ କାନ୍ଦି ପକାଇଥିଲେ। ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ।

Read More ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା - ପଞ୍ଚାୟତିରାଜ ମନ୍ତ୍ରୀ

ହ୍ୟୁମାନଙ୍କ ମା’ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ । ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏ FIR ଦେଇ ନାହାନ୍ତି କିମ୍ବା ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରିନାହାନ୍ତି । ତେବେ ତାଙ୍କର ଶେଷ ଭରସା ବୋହୂ ଓ ନାତୁଣୀ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମା’ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ।

Read More ବିନା ମୁରବିରେ ଚାଲିଛି ସ୍କୁଲ - ଗଣଶିକ୍ଷା ମନ୍ତ୍ରୀ

ଶ୍ରୀୟା ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଭୋ ଭୋ ହୋଇ କାନ୍ଦିଥିଲେ। ମା’ ମଧ୍ୟ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଏବଂ ବୋହୂ ଓ ନାତୁଣୀ ତାଙ୍କୁ ସମ୍ଭାଳିଥିବାରୁ ଭାବବିହ୍ବଳ ହୋଇ କାନ୍ଦିଥିଲେ। 

Read More ରାଜଧାନୀ ରାଜରାସ୍ତାରେ ଗୁରୁ ଗର୍ଜନ

ରବିବାର ଅଭିନେତା ଅନୁଭବ ମହାନ୍ତି ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ କଳାହାଣ୍ଡି ଜିଲ୍ଲାର ଉତ୍କେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସଡ଼କପଥରେ ଟିଟିଲାଗଡ଼ରେ ପହଞ୍ଚିଥିଲେ । ପ୍ରଥମେ ହ୍ୟୁମାନଙ୍କ ଘରେ ମା’ ଶେଫାଳିଙ୍କୁ ଭେଟି ଆଶ୍ୱାସନା ଜଣାଇଥିଲେ । ଅନୁଭବ କୋହଭରା କଣ୍ଠରେ କହିଥିଲେ, ସେ ତାଙ୍କର ବଡ଼ପୁଅ ହୋଇ ରହିବେ । ହ୍ୟୁମାନଙ୍କ ବିନା ସେ କିଛି ଭାବି ପାରୁନାହାନ୍ତି । ସମାଧିସ୍ଥଳରେ ଅନୁଭବ ଗଣାମାଧ୍ୟମକୁ କହିଥିଲେ, ହ୍ୟୁମାନ ସହ ତାଙ୍କ ସମ୍ପର୍କ ଭାଇ ଭଳି । ସେ ତାଙ୍କୁ ନ୍ୟାୟ ଦେଇପାରିବେ ନାହଁ । କିନ୍ତୁ ନ୍ୟାୟ ପାଇଁ ନିଶ୍ଚିତ ଲଢ଼ିବେ । ହ୍ୟୁମାନଙ୍କ ମୃତ୍ୟୁର ନିଶ୍ଚିତ ତଦନ୍ତ କରାଯିବା ଉଚିତ । ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଦୋଷୀମାନେ ନିଶ୍ଚିତ ଦଣ୍ଡ ପାଇବେ । ତଦନ୍ତ ବାଟରେ ଆଗେଇଛି । ଜନସାଧାରଣଙ୍କୁ ଜାଣିବା ପାଇଁ କିଛି ସମୟ ଦିଅନ୍ତୁ । ବହୁତ ଲୋକ ବହୁତ କିଛି କହି ଦେଉଛନ୍ତି । ଏହି ଆଲୋଚନା ତଦନ୍ତରେ ସହାୟତା କରୁଛି ବୋଲି ସେ କହିଥିଲେ । 

ସେହିପରି ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କବର ସ୍ଥାନରେ ପହଞ୍ଚିଥିଲେ ସଙ୍ଗୀତ ନିର୍ଦେଶକ ତଥା ହ୍ୟୁମାନଙ୍କ ସଂଗୀତ ଗୁରୁ ପ୍ରେମ ଆନନ୍ଦ । ସେ ସେଠାରେ ଭାବ ବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ହ୍ୟୁମାନଙ୍କୁ ହରାଇ ଓଡିଶା ଝୁରୁଛି l ହ୍ୟୁମାନଙ୍କୁ ଶାନ୍ତି ଓ ନ୍ୟାୟ ମିଳୁ l ହ୍ୟୁମାନଙ୍କୁ ଯେଉଁ ହାତରେ ଗଢି ଥିଲି ସେ ହାତରେ ଆଜି ତା ସମାଧିକୁ ଛୁଇଁଲି । ବହୁତ କଷ୍ଟ ଲାଗୁଛି ବୋଲି କହିଥିଲେ ପ୍ରେମ ଆନନ୍ଦ ।

Tags: