ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ପରିମାଣର ମାରିଜୁଆନା ଜବତ
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ । ବିପୁଳ ପରିମାଣରେ ବିଦେଶୀ ଗଂଜେଇ (ମାରିଜୁଆନା ) ଜବତ କରିଛି ଡିଆର୍ଆଇ ଓ କଷ୍ଟମ୍ ବିଭାଗ । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ଜବତ ହୋଇଛି । ଯାହାର ମୂଲ୍ୟ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ସନ୍ଦେହ ହେବାରୁ ବ୍ୟାଗ୍ ଚେକିଂ ବେଳେ ଜଣେ ଯାତ୍ରୀ ଧରାପଡ଼ିଛନ୍ତି । ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ୍ ବିଭାଗ । ତେବେ ଏହି ମାରିଜୁଆନା କେଉଁଠିକୁ ଯାଉଥିଲା । ଭୁବନେଶ୍ବରରୁ କିଏ ଅର୍ଡର କରିଥିଲେ, ଏହା ପଛରେ ବଡ଼ ନିଶା ମାଫିଆ ରାକେଟ୍ କାରବାର କୁ ନେଇ ଅଟକ ଥିବା ଯାତ୍ରୀଙ୍କୁ ପଚରାପଚରା କରାଯାଉଛି।
Tags:




