ଔଷଧ ଦୋକାନରୁ ବିପୁଳ ମଦ ଜବତ

ଔଷଧ ଦୋକାନରୁ ବିପୁଳ ମଦ ଜବତ
Samaya Live News Picture
Published On

ଭଦ୍ରକ : ଔଷଧ ଦୋକାନରେ ମଦ ବେପାର । ଭଦ୍ରକ ସହରରେ ଏକ ଔଷଧ ଦୋକାନରୁ ବିପୁଳ ପରିମାଣରେ ମଦ ଜବତ କରାଯାଇଛି । ଭଦ୍ରକ ସହର ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ ଔଷଧ ଦୋକାନରେ ଜନ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲାଇସେନ୍ସ ଯାଞ୍ଚ କରିବାକୁ ଆସିଥିଲା । ଲାଇସେନ୍ସ ଯାଞ୍ଚ ସମୟରେ ଏକ ବିଦେଶୀ ମଦ ବୋତଲ ଭର୍ତ୍ତି ପେଟି ମିଳିଥିଲା । ଏହା ପରେ ଟିମ୍ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲା । ପୋଲିସ ଉପସ୍ଥିତିରେ ଚଢ଼ଉ ହୋଇଥିଲା । ଏହା ପରେ ଦୋକାନ ଭିତରୁ ୩ଟି ପେଟି ମଦ ବୋତଲ ମିଳିଥିଲା । ଏହା ସହିତ ଦୋକାନ ଭିତର ବଖରାରେ ମଦ ବୋତଲ ମଧ୍ୟ ମିଳିଥିଲା ବୋଲି ସୂଚନା ଦେଇଛନ୍ତି ଡ୍ରଗ୍ସ ଇନସ୍ପେକ୍ଟର ଦୀପକ ଜେନା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ଉକ୍ତ ଔଷଧ ଦୋକାନର ଲାଇସେନ୍ସ ୨୦୨୩ରୁ ଶେଷ ହୋଇଥିବାବେଳେ ତାହାକୁ ନବୀକରଣ କରାଯାଇନାହିଁ । ପ୍ରାୟ ୩ ବର୍ଷ ହେବ ବିନା ଲାଇସେନ୍ସ ଦୋକାନରେ ଔଷଧ ବିକ୍ରି ଜାରି ରହିଥିଲା । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

 

 

 

Tags: