ଜଙ୍ଗଲରୁ ବିପୁଳ ଗଞ୍ଜେଇ ଜବତ
ମୋହନା : ଜଙ୍ଗଲରୁ ଜବତ ହେଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବାବେଳେ ଗଂଜେଇ ବେପାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଜଙ୍ଗଲ ଭିତରେ ବିପୁଳ ମାତ୍ରାରେ ଗଞ୍ଜେଇ ଗଚ୍ଛିତ ଥିବା ନେଇ ଗଜପତି ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା।ପରେ ପୁଲିସ ଚଢ଼ାଉ କରି ୨୮ଟି ଗଞ୍ଜେଇ ବସ୍ତାକୁ ଜବତ୍ କରିଥିଲା । ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅନ୍ୟପଟେ ଏହି ଗଞ୍ଜେଇ ଚୋରା ଚାଲାଣରେ କିଏ କିଏ ସାମିଲ ଅଛନ୍ତି ଓ କେଉଁଠିକି ନେବା ପାଇଁ ଗଚ୍ଛିତ ରଖାଯାଇଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
Tags:




