ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ମାରିଜୁଆନା ଜବତ

ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ମାରିଜୁଆନା ଜବତ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ ମାରିଜୁଆନା (ହାଇଡ୍ରୋପୋନିକ୍ ଗଞ୍ଜେଇ) ଜବତ କରାଯାଇଛି । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ ଧରିଲା କଷ୍ଟମ ବିଭାଗ । ୪ କେଜି ୮୭୭ଗ୍ରାମ  ହାଇଡ୍ରୋପୋନିକ୍ ମାରିଜୁଆନା ଜବତ ହୋଇଛି । ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୧.୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସ୍କାନିଂରୁ ବଞ୍ଚିବା ପାଇଁ କୁକୁର ଖାଦ୍ୟରେ ଆସୁଥିଲା ଏହି ବିଦେଶୀ ନିଶା । ଲଗେଜର ସିକ୍ରେଟ ଚାମ୍ବର କରି ମାରିଜୁଆନା ଚାଲାଣ ବେଳେ ଧରିଲା ଡିଆରଆଇ ।କେ-୯ ଡଗ ସ୍କ୍ବାଡ ଏହି ଅପରେସନରେ ଚାରି ଜଣଙ୍କୁ ଅଟକ ରଖି ପଚରା କରୁଛି ଡିଆରଆଇ  ।

Tags: