• About Us
  • Advertise With Us
  • Career
  • Contact Us
  • Privacy Policy
  • Odia Unicode Converter
Samaya Live News
E Paper
  • ଓଡ଼ିଶା
  • ଜିଲ୍ଲା
  • ମନୋରଞ୍ଜନ
  • ଖେଳ
  • ବିଶ୍ବ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ସ୍ୱାସ୍ଥ
  • ଦେଶ- ବିଦେଶ
  • ପାଣିପାଗ
  • ରାଶିଫଳ
  • କୃଷି
  • ସାହିତ୍ୟ
  • ଭିଡ଼ିଓ
  • More
    Featureକବିତାସାକ୍ଷାତକାରଫିଟନେସ୍
App Icon
Install Mobile App
www.samayalive
Install

୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା

୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା
Samaya Live News Picture
By: Samaya Live News
Published On Mar 30, 2026 10:59 AM IST

ଭୁବନେଶ୍ୱର : ଲଗାତାର ଜାରି ରହିଛି ଗୃହରେ ଅଚଳାବସ୍ଥା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇ ଯାଇଛି ପ୍ରଶ୍ନକାଳ । ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ଆଜି ଗୃହ ଆରମ୍ଭରୁ ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବତନ ବିଧାୟକ ସ୍ବର୍ଗତଃ ନାରାୟଣ ସାହୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଫଳରେ ଚାଲିପାରିନଥିଲା ଗୃହ । ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ବିରୋଧୀ । ଫଳରେ ଗୃହକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହ ଅଚଳାବସ୍ଥାକୁ ନେଇ ବାରମ୍ବାର ସର୍ବଦଳୀୟ ବୈଠକ ଡକାଉଛନ୍ତି ବାଚସ୍ପତି କିନ୍ତୁ ବାହାରିପାରୁନାହିଁ କୌଣସି ନିଷ୍କର୍ଷ । 

 

 

Tags:
Samaya Live News

Follow Us On

android-btn

  • About Us
  • Advertise With Us
  • Career
  • Contact Us
  • Privacy Policy
  • Odia Unicode Converter

Ashirbad Prakashan Pvt. Ltd.

Plot No. 44 & 54, Sector-A,Zone-D, Mancheswar Industrial Estate

Po.: Rasulgarh, Bhubaneswar – 10,

Copyright © 2025 Ashirbad Prakashan Pvt. Ltd. All Rights Reserved.
Managed by Web Odisha