ତୃତୀୟ ଦିନରେ ବି ଗୃହ ଅଚଳ,୧୧.୩୦ ଯାଏଁ ମୁଲତବୀ ଘୋଷଣା
By: Samaya Live News
ଭୁବନେଶ୍ୱର : ବଜେଟ ଅଧିବେଶନର ତୃତୀୟ ଦିନରେ ଆଜି ସରଗରମ ରହିଥିଲା ଗୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ହାତରେ ଫ୍ଲେକ୍ସମାନ ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ମଣ୍ଡି ଅବ୍ୟବସ୍ଥା, ସରକାରଙ୍କ ଚାଷୀ ମାରଣା ନୀତି ବନ୍ଦ କର, କଟନୀ ଛଟନୀକୁ ନେଇ ଗୃହର ମଧ୍ୟ ଭାଗରେ ପୋଷ୍ଟର ଧରି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । ଧାନ ରଖି ବିଜେଡିର ଜୋରଦାର ପ୍ରତିବାଦ କରିଥିବା ବେଳେ ଏହାକୁ ସମର୍ଥନ କରିଥିଲା କଂଗ୍ରେସ । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା ଓ ନାରବାଜି ଯୋଗୁ ଧୋଇଯାଇଛି ପ୍ରଶ୍ନକାଳ । ମାତ୍ର ୫ ମିନିଟ ଗୃହ ଚାଲିବା ପରେ ଜାରି ରହିଥିଲା ଅଚଳାବସ୍ଥା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ କ୍ରମେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ବିଧାନସଭା ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ସମ୍ବନ୍ଧିତ ଖବର ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ,ଭବେଶ ପାତ୍ର ଓଡିଶା ଟପ୍ପର
Tags:



