୪ର୍ଥ ଦିନରେ ମଧ୍ୟ ଗୃହ ଅଚଳ,୧୧.୩୦ ଯାଏଁ ମୁଲତବୀ ଘୋଷଣା
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଆଜି ଚତୃର୍ଥ ଦିନ ଇ ଲଗାତାର ୪ ଦିନ ଧରି ଗୃହରେ ଜାରି ରହିଛି ଅଚଳାବସ୍ଥା । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ପ୍ରସଙ୍ଗ ଉଠାଇ ନାରାବାଜି ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ । ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମଣ୍ଡିରୁ ଧାନ ଉଠୁନାହିଁ, ସରକାର ବିରୋଧର ନାରାବାଜି କରିବାରୁ ବାଚସ୍ପତି ବାରମ୍ବାର ସେମାନଙ୍କୁ ଅନୁରୋଧ କରିଥିଲେ ନିଜ ନିଜ ସ୍ଥାନରେ ବସନ୍ତୁ । ହେଲେ ବିଜେଡି ଓ କଂଗ୍ରେସ ହୋହଲ୍ଲା କରିବା ସହ ହାତରେ ପ୍ଲାକାର୍ଡ ଧରି ସରକାର ହାଏ ହାଏ ନାରାବାଜି କରିଥିଲେ ।
ପ୍ରଶ୍ନକାଳରେ ବାଧା ସୃଷ୍ଟି ହେବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସମସ୍ୟରେ ସମାଧାନ କରିବାକୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କହିବା ପରେ ବି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଆଜି କଂଗ୍ରେସ ବିଧାୟକମାନେ କଳା ବ୍ୟାଚ୍ ପିନ୍ଧି ଗୃହ ମଧ୍ୟ ଭାଗରେ ଆସି ନାରାବାଜି କରିଥିଲେ । ଗତକାଲି ୫ ମିନିଟ ଗୃହ ଚାଲିଥିବାବେଳେ ଆଜି ମାତ୍ର ୬ ମିନିଟ ଗୃହ ଚାଲିପାରିଥିଲା ।
ଆଜି ଅପରାହ୍ନରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ହଜାର ୨୦ କୋଟି ଟଙ୍କାର ବଜେଟ ଆକଳନ କରାଯାଇଛି ।



