ଗୃହରେ ଅଚଳାବସ୍ଥା ଜାରି , ୪ଟା ଯାଏଁ ମୁଲତବୀ

ଗୃହରେ ଅଚଳାବସ୍ଥା ଜାରି , ୪ଟା ଯାଏଁ ମୁଲତବୀ
Samaya Live News Picture
Published On

ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବି ଅଚଳ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳାବସ୍ଥା ଜାରି ରହିଛି, ଯାହା ଫଳରେ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଆଜି ମାତ୍ର ୪ମିନିଟ ପାଇଁ ଚାଲିଥିଲା ପ୍ରଶ୍ନକାଳ । ଗତ ମଙ୍ଗବାର ଆରମ୍ଭ ହୋଇଥିଲା ମୌସୁମୀ ଅଧିଵେଶନ । ଆଜି ୪ର୍ଥ ଦିନ ପର୍ଯ୍ୟନ୍ତ କେବଳ ୧ ଘଣ୍ଟା ୧ ମିନିଟ ପାଇଁ ଚାଲିଛି ଗୃହକାର୍ଯ୍ୟ ।

ପୂର୍ବ ୩ଦିନ ଭଳି ଆଜି ମଧ୍ୟ ଗୃହରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ପୋଷ୍ଟର ଧରି ଗୃହ ମଧ୍ୟ ଭାଗରେ ନାରା ବାଜି କରିଥିଲେ ବିରୋଧୀ ଫଳରେ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଲାଗିରହିଛି ।

 

Tags: