ଗୃହରେ ଅଚଳାବସ୍ଥା ଜାରି,୧୧.୩୦ ଯାଏଁ ମୁଲତବୀ

ଗୃହରେ ଅଚଳାବସ୍ଥା ଜାରି,୧୧.୩୦ ଯାଏଁ ମୁଲତବୀ

ଭୁବନେଶ୍ୱର : ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଲଗାତାର ୬ଷ୍ଠ ଦିନରେ ବି ବିଧାନସଭା ଗୃହରେ ଅଚଳାବସ୍ଥା ଜାରି । ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ଆଜି ମାତ୍ର ୬ ମିନିଟ ଚାଲିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ତେବେ ଗୃହ ଆରମ୍ଭରୁ ହାତରେ ପ୍ଲାକାର୍ଡ଼ ଏବଂ ପୋଷ୍ଟର ଧରି ଗୃହ ମଧ୍ୟ ଭାଗକୁ ଆସି ବିଜେଡି ସଦସ୍ୟମାନେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ  ଏପିଷ୍ଟିନ୍ ଫାଇଲ୍ ଘଟଣା ଉଠାଇ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ   ।

ସମ୍ବନ୍ଧିତ ଖବର ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

Tags: