ସାଢେ ୧୧ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ଏସସିବି ତାତିରେ ଆଜି ବି ଗୃହ ଅଚଳ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିରୋଧୀ ବିଜେଡି ଓ କଂଗ୍ରେସ ଏକାଠି ହୋଇ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି ଜାରି ରଖିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ କଳା ଟି-ସାର୍ଟ ପିନ୍ଧି ହଟ୍ଟଗୋଳ କରିଥିଲେ । ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଜାରି ରହିଛି । ଫଳରେ ବାଧ୍ୟ ହୋଇ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି।
ଗତ ଏକ ସପ୍ତାହ ଧରି ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଜବାବରେ ବିଜେପି କହିଛି, ବିରୋଧୀଙ୍କ ଦାବିର କୌଣସି ଯଥାର୍ଥତା ନାହିଁ । ନିଜ ଦଳର ଅନ୍ତକନ୍ଦଳକୁ ଲୁଚେଇବା ପାଇଁ ବିରୋଧୀ ନାଟକବାଜି କରୁଛନ୍ତି ।
Tags:



