ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
Samaya Live News Picture
Published On

ଭୁବନେଶ୍ୱର  : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ବିଧାନସଭା ସିଟ ଅଧିବେଶନରେ ଆଜି ୨ୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ପ୍ରଶ୍ନକାଳ ଆରମ୍ଭରୁ ଆଜି ମାତ୍ର ୭ମିନିଟ ଚାଲି ପାରିଥିଲା ଗୃହ । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ। ହେଲେ ଏହା ସତ୍ତ୍ୱେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜୀ ଓ ହଟ୍ଟଗୋଳ ଜାରି ରହିଥିଲା । କୋଟିଆ ଏବଂ ବନ୍ୟା ସ୍ଥିତିକୁ ନେଇ ବିରୋଧୀଙ୍କ ପ୍ରବଳ ନାରାବାଜି ଏବଂ ହଟ୍ଟଗୋଳ ପରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । 

କିନ୍ତୁ ବାଚସ୍ପତିଙ୍କ ଅନୁରୋଧର କୌଣସି ପ୍ରଭାବ ପଡ଼ିନଥିଲା। ବିଜେଡି ଓ କଂଗ୍ରେସର ବିରୋଧୀ ସଦସ୍ୟମାନେ ନିଜ ନିଜ ଦାବିରେ ଅଟଳ ରହିବା ସହ ଗୃହ ଭିତରେ ନାରାବାଜୀ ଜାରି ରଖିଥିଲେ। ଏହାକୁ ନେଇ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା ।

 

Tags: