ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
Samaya Live News Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । ରାଷ୍ଟ୍ରଗାନ ଏବଂ ଜାତୀୟ ସଙ୍ଗୀତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବତନ ସଦସ୍ୟ କାହ୍ନୁ ଚରଣ ନାଏକ, ପୂର୍ବତନ କନେଷ୍ଟବଳ ଅଜୟ ବାଗ୍, ପୂର୍ବତନ କନେଷ୍ଟବଳ ହିମାଂଶୁ ରାୟ ଏବଂ ଅର୍ଣ୍ଣବ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇଛନ୍ତି ।

ସେପଟେ ଶୋକ ପ୍ରସ୍ତାବ ଆଗତ ହେବା ପରେ ପ୍ରଶ୍ନକାଳରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଯୋଗାଣ ମନ୍ତ୍ରୀ ଉତ୍ତର ରଖିବା ସମୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । ବିଜେଡି ବନ୍ୟା ମୁକାବିଲାରେ ସରକାର ଫେଲ୍‌ କରିବା ପ୍ରସଙ୍ଗ ଉଠାଇଥିବାବେଳେ କୋଟିଆ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ କଂଗ୍ରେସ ପ୍ରତିବାଦ କରିଥିଲା ।

Tags: