୧୨ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ଅଧିବେଶନ ୨ୟ ପର୍ଯ୍ୟାୟ । ମାତ୍ର ୭ ମିନିଟ ଚାଲିପାରିଥିଲା ଗୃହ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ଗୃହକୁ ୧୨ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ପ୍ରଶ୍ନକାଳ ସମୟରେ ଏସସିବି ଘଟଣାକୁ ନେଇ ନୈତିକତା ଦ୍ରୁଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ଗତକାଲି ରାଜ୍ୟସଭା ମତଦାନ ବେଳେ କ୍ରସ ଭୋଟିଂ କରିଥିବା ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ । ତେବେ ବିଜେଡିରୁ ନିଲମ୍ବିତ ହୋଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ଥିବା ଦେଖାଯାଇଥିଲା । ବିରୋଧୀ ଦାବି କରିଛନ୍ତି ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ପରେ ଆଲୋଚନା ଆସନ୍ତୁ ଏବଂ ଏସସିବି ମୃତକଙ୍କ ପାଇଁ ଏକ କୋଟି ଟଙ୍କାର ସହତ ରାଶି ଘୋଷଣା କରାଯାଉ ।
ସେପଟେ ୧୨ଟା ପରେ ଗୃହ ସ୍ୱାଭାବିକ ଚାଲିପାରିବ କି ନାହିଁ ତାହା ସନ୍ଦେହ । କାରଣ ବିରୋଧୀ ନିଜ ଜିଦରେ ଅଟଳ ରହିଥିବା ବେଳେ ଶାସକ ଦଳ ତାଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ କଣ ରଣନୀତି ପ୍ରସ୍ତୁତ କରି ଆସୁଛନ୍ତି ତାହା ଜଣାପଡିବ ।



