୧୨.୩୦ ଯାଏଁ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର : ସପ୍ତାହେ ପରେ ମଧ୍ୟ ଗୃହରେ ଥମୁନାହିଁ ଏସସିବି ତାତି । ଗୃହ ଚଳାଇ ଦେଉନାହାଁନ୍ତି ବିରୋଧୀ । ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଲଗାତାର ଗୃହରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ । ଯାହାଫଳରେ ବାଚସ୍ପତି ଗୃହକୁ ପ୍ରଥମେ ସାଢେ ୧୧ଟା ଏବଂ ପରେ ପୁଣି ୧୨.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ । ହେଲେ ପୂର୍ବଭଳି ଗୃହ କାର୍ଯ୍ୟରେ ହୋଇଥିଲା ବାଧା । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ଏପିରିକି ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଶୁଣିନଥିଲେ ବିରୋଧୀ । ଶେଷରେ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
Tags:



