୧୮ ରୁ ୨୧ ଯାଏଁ ବଲାଙ୍ଗୀରରେ ଖରା ଛୁଟି
ଭୁବନେଶ୍ୱର : ଖରାଛୁଟି କୁ ନେଇ ବଡ଼ ଅପଡେଟ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲାରେ ଆସନ୍ତା ୧୮ ରୁ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ,କଲେଜ ଏବଂ ଅଙ୍ଗନବାଡି କୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ । ଗତକାଲି ସ୍କୁଲ ଏବଂ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ । ପିଲାଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ହେଉଥିବ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅଧିକ ଗରମ ଅନୁଭୂତ ହେଉଛି । ବିଚାର କରାଯାଉଛି ।
Tags:



