୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ,୩୦ ରୁ ଉର୍ଧ୍ଵ ଦୋକାନ ଧ୍ବଂସ
ଭୁବନେଶ୍ୱର : ୧ ନମ୍ବର ହାଟରେ ପୁଣି ଥରେ ଅଗ୍ନିକାଣ୍ଡ । ସୋମବାର ବିଳମ୍ବିତ ରାତି ପ୍ରାୟ ୧.୩୦ ମିନିଟ ଭିତରେ ହାତରେ ନିଆଁଲାଗି ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ଦୋକାନ ପୋଡ଼ିଯାଇ ଧ୍ବଂସ ହୋଇଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ଲାଗି ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ ଶତାଧିକ କର୍ମଚାରୀ ନୟାନ୍ତ ହେବା ସହ ବିଫଳ ହୋଇଥିଲେ। କିନ୍ତୁ ନିଆଁ ଏତେ ତୀବ୍ର ରହିଥିଲା ଯେ ଗୋଟିଏ ପରେ ଗୋଟିଏ ଦୋକାନକୁ ଗ୍ରାସ କରିଚାଲିଥିଲେ । ତେବେ ଅଗ୍ନିକାଣ୍ଡ ସ୍ଥଳରେ ସିଲିଣ୍ଡର ବ୍ଲାଷ୍ଟ କରିଥିବା ମଧ୍ୟ କୁହାଯାଉଛି I ବିଶେଷ କରି ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବା ଦମକଳ ବାହିନୀ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ଶେଷରେ ରୋବଟ୍ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ନିଆଁର ପ୍ରଖର ଧାସର କେତେକ ବଡ଼ବଡ଼ ଗଛ ମଧ୍ୟ ଜାଳି ଯାଇଥିବା ଦେଖାଯାଇଛି ।
ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଗ୍ନିଶମ ବାହିନୀକୁ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବିଳମ୍ବିତ ରାତି ୨ଟା ୩୬ ମିନିଟ୍ରେ ନିଆଁକୁ ଆୟତ୍ତ କରାଯାଇଥିଲା। ହାଟ ନିକଟ ଅଞ୍ଚଳ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ସକାଳୁ ବିଏମସି ମେୟରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି I ଏହି ଅଘଟଣ ପରେ ଆଜି ୧ ନମ୍ବର ହାଟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି ବିଏମସି ।



