ଆସନ୍ତାକାଲି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବେ । ୮ ତାରିଖ ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ । ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖ ପୂର୍ବାହ୍ନ ୧୧ଟାରେ ସେ କଟକର ଇନଡୋର୍‌ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି […]

Samaya Live Picture
Published On

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବେ । ୮ ତାରିଖ ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ । ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖ ପୂର୍ବାହ୍ନ ୧୧ଟାରେ ସେ କଟକର ଇନଡୋର୍‌ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବେ ।

ସୂଚନାଥାଉ ଯେ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ରବିବାର ଦିନ କଟକ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ । ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଇନଡୋର୍‌ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହ ବିଜେପିର ବରିଷ୍ଠ ନେତା ଓ କଟକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।