୨୮ ରେ ଓଡିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର : ନଭେମ୍ବର ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଏହି ଗସ୍ତରେ ରହିଛି କିଛି ସରକାରୀ କାର୍ଯ୍ୟକ୍ରମ । ଏହାସହ ବିଜେପିର ସାଂଗଠନିକ ଓ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ତେବେ ତାଙ୍କର ଗସ୍ତ ସମୟରେ କେଉଁ କେଉଁ କାର୍ଯ୍ୟକ୍ରମ ରହିବ, କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ଅଧିକ ସ୍ପଷ୍ଟ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ଓ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି ।
Tags:




