ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ
Samaya Live News Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ । ବାତ୍ୟା ଅର୍ଣ୍ଣବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଅମିତ ଶାହ । କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର କେନ୍ଦ୍ରୀୟ ଟିମ ପଠାଯିବ ବୋଲି କହିଛନ୍ତି ଅମିତ ଶାହ ।

ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତିର ମୁକାବିଲା ତଥା ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଓଡ଼ିଶା ସହିତ ଦୃଢ଼ ଭାବେ ଠିଆ ହୋଇଛନ୍ତି ବୋଲି ଅମିତ ଶାହ ପ୍ରକାଶ କରିଛନ୍ତି । ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ ପାଇଁ ଏକ କେନ୍ଦ୍ରୀୟ ଟିମ୍ (IMCT) ଓଡ଼ିଶା ଗସ୍ତ କରିବ। 

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି,  ରାଜ୍ୟ ସରକାରଙ୍କ ସତର୍କତା ଓ ସୁଚିନ୍ତିତ ପ୍ରସ୍ତୁତି ଯୋଗୁଁ ଓଡ଼ିଶାରେ କୌଣସି ଜୀବନହାନି ହୋଇନାହିଁ ଏବଂ ରାଜ୍ୟ ନିଜର ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି ।

Tags: