ଡ୍ୟୁଟି ବେଳେ ହୃଦଘାତରେ ଟଳିପଡିଲେ ହୋମଗାର୍ଡ

ଡ୍ୟୁଟି ବେଳେ ହୃଦଘାତରେ ଟଳିପଡିଲେ ହୋମଗାର୍ଡ

ବାଲେଶ୍ୱର : କାର୍ଯ୍ୟସ୍ଥଳରେ ଘଟିଲା ଦୁଃଖଦ ଘଟଣା । ଡ୍ୟୁଟି କଲାବେଳେ ଟଳି ପଡିଲେ ହୋମଗାର୍ଡ । ଏହି ଅଭବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ ।  ମୃତ ହୋମଗାର୍ଡ ହେଲେ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା । ସେ ବାଲେଶ୍ଵର ଡିଆର୍‌ଡିଓ ଆଇଟିଆରରେ କାର୍ଯ୍ୟରତ ଥିଲେ। ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଲେଖଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ କାର୍ଯ୍ୟକ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି  ।

ସମ୍ବନ୍ଧିତ ଖବର ସୁସ୍ଥ ହୋଇ ଫେରିବା ବାଟରେ ଡାକିନେଲା ଯମ

 

ସମ୍ବନ୍ଧିତ ଖବର ଗାୟିକା ଅର୍ପିତା ଚୌଧୁରୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

Tags: