୨୮ ତାରିଖ ଇଦ୍‌-ଉଲ୍‌-ଜୁହା ଛୁଟି ଘୋଷଣା

୨୮ ତାରିଖ ଇଦ୍‌-ଉଲ୍‌-ଜୁହା ଛୁଟି ଘୋଷଣା
Samaya Live News Picture
Published On

ଭୁବନେଶ୍ବର : ଇଦ୍‌-ଉଲ୍‌-ଜୁହା (ବକରିଦ) ପାଇଁ ୨୮ ତାରିଖ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛୁଟି କୁ ନେଇ ୨୭ କିମ୍ବା ୨୮ ତାରିଖକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଆସନ୍ତା‌ ୨୭ ପରିବର୍ତ୍ତେ  ୨୮ ତାରିଖକୁ ସରକାର ଛୁଟି ଘୋଷଣା କରିଛନ୍ତି । ୨୭ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ମ୍ୟାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଖୋଲା ରହିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Tags: