ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା
Samaya Live News Picture
Published On

ଭୁବନେଶ୍ୱର : ଯାଜପୁର ଗ୍ରସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସହ ବାୟୁ ସେନାର ମକ ଡ୍ରିଲ୍ । ଏଥିପାଇଁ ଆସନ୍ତା କାଲି ଯାଜପୁର ସହର ଓ ସଂଲଗ୍ନ ଅଞ୍ଚଳର ୪୮ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ । 

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଏହା ପରେ ଆସନ୍ତାକାଲି ସକାଳେ ମା’ ବିରାଜା ମନ୍ଦିର ଦର୍ଶନ ପାଇଁ ଯାଜପୁର ଯିବେ।  ମାଆ ବିରଜାଙ୍କ ମନ୍ଦିର ପରିସରରେ ଥିବା ନାଭିଗୟାରେ ପିଣ୍ଡଦାନ ସହ ମାଆ ବିରଜାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କୁସୁମା ସ୍ଥିତ ପ୍ରଶାସନିକ ପଡିଆରେ ରାଷ୍ଟ୍ରପତିଙ୍କ ଅବତରଣ ପାଇଁ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି। ଶନିବାର ବାୟୁସେନାର ଦୁଇଟି ହେଲିକ୍ୟାପଟର ସହ ବାୟୁ ସେନାର ଅଧିକାରୀ ମାନେ ପଡ଼ିଆର ଯାଞ୍ଚ କରିଥିଲେ। ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିରର ସାଜସଜ୍ଜାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି।

Tags: