ଆଜି ଠାରୁ କଳିଙ୍ଗ ଷ୍ଟାଡିଅମରେ ହକି ଲିଗ

ଆଜି ଠାରୁ କଳିଙ୍ଗ ଷ୍ଟାଡିଅମରେ ହକି ଲିଗ

ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ଇଣ୍ଡିଆ ଲିଗ୍‌ ସପ୍ତମ ସଂସ୍କରଣ -୨୦୨୬ର । ଆଜି ଠାରୁ ଆସନ୍ତା ୨୨ ତାରିଖ ଯାଏଁ ମୋଟ ୯ ଟି ମ୍ୟାଚ ଖେଳାଯିବ I ସେହିପରି ୨୩ ତାରିଖରେ କ୍ବାଲିଫାୟର-୧ ଓ ଏଲିମିନେଟର । ୨୫ରେ କ୍ବାଲିଫାୟର-୨ ଖେଳାଯିବ ଏବଂ  ୨୬ରେ ଫାଇନାଲ ଖେଳାଯିବ। ତେବେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ ।

ସମ୍ବନ୍ଧିତ ଖବର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପିଜି ଛାତ୍ରଙ୍କ ଆତ୍ମହତ୍ୟା

ଶନିବାର ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚରେ ରାହ ବେଙ୍ଗଲ ଟାଇଗର୍ସ- ହାଇଦରାବାଦ୍‌ ତୁଫାନ୍‌ସକୁ ଓ ରାତି ୭ଟା୩୦ରେ କଳିଙ୍ଗ ଲାନ୍‌ସର୍ସ- ଦିଲ୍ଲୀ ଏସ୍‌ଜି ପାଇପର୍ସକୁ ଭେଟିବ। ଭାନ ଡୋର ଅଥୁରଙ୍କ ନେତୃତ୍ବାଧିନ କଳିଙ୍ଗ ଲାନ୍‌ସର୍ସ ୪ଟି ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।  

ସମ୍ବନ୍ଧିତ ଖବର ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଥର,୧ ଗୁରୁତର

Tags: