ରାଜଧାନୀରେ ପୁଣି ହିଟ ଆଣ୍ଡ ରନ, ବୃଦ୍ଧ ଗୁରୁତର

ରାଜଧାନୀରେ ପୁଣି ହିଟ ଆଣ୍ଡ ରନ, ବୃଦ୍ଧ ଗୁରୁତର
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଏବେ ପାଦ ଥାପିବାକୁ ଲାଗୁଛି ଭୟ । ବେପରୁୱା ଗାଡି ଚାଳନା ସାଙ୍ଗକୁ ଦିନକୁ ଦିନ ବଢି ଚାଲିଛି ହିଟ ଆଣ୍ଡ ରନ ମାମଲା । ପଥଚାରୀଙ୍କ ଜୀବନ ନେବାକୁ ପଛାଉନାହାନ୍ତି ଅମାନିଆ । ଆଜି ସେହିପରି କାର ଧକ୍କାରେ ଜଣେ ୫୦ ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି । ମିଠା କିଣି ରାସ୍ତା ପାର ହେଉଥିବାବେଳେ ଧକ୍କା ଦେଇ ପଲାଇଛି କାର । ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ । ଗୁରୁତର ଆହତ ବ୍ୟକ୍ତି ହେଲେ ଭରତପୁର୍ ସାଂପୁର ଅଞ୍ଚଳର ବିଭୁତି ଭୂଷଣ ଚଇନି । ତାଙ୍କୁ ନିକଟସ୍ଥ ଏକ  ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Tags: