ବିରଜା ମନ୍ଦିରରେ ମହାମହିମ

ବିରଜା ମନ୍ଦିରରେ ମହାମହିମ
Samaya Live News Picture
Published On

ଯାଜପୁର : ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କଲେ ଭାରତର ପ୍ରଥମ ନାଗରିକ ତଥା  ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଲୋକଭବନରୁ ନିର୍ଦ୍ଧାରିତ ସମୟରେ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ଯାଜପୁର କୁସୁମା ନିକଟସ୍ଥ ପ୍ରଶାସନିକ ପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡରେ ଅବତରଣ କରିବା ପରେ ରାସ୍ତାରେ ଆସି ବିରଜା ମନ୍ଦିରରେ ପହଞ୍ଚି ଥିଲେ ମହାମହିମ । ମନ୍ଦିରରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ୱରେ ପୁରୋଧା ଜ୍ଞାନ ରଞ୍ଜନ ପତି ପୂଜା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ନାଭିଗୟାରେ ପିଣ୍ଡଦାନ କରିଥିଲେ । ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ବିରଜା ମନ୍ଦିର ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମା ବିରଜାଙ୍କ ପୀଠକୁ ଖୁବ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଛି ।

25955441_kgkgk_aspera

ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ଯାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚିବେ । ସନ୍ଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ, ଆଳତି ଏବଂ ୪ ତାରିଖ ଦିନ ଶ୍ଵେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ । ଏହାପରେ ସେହିଦିନ ସକାଳେ ମୟୂରଭଞ୍ଜ ଜିଲା ଗସ୍ତ କରି ରାଇରଙ୍ଗପୁର ମହୁଲଡିହାସ୍ଥିତ ଅବକାଶ ଗୃହ ହୋଲିଡେ ହୋମ୍ ଉଦ୍‌ଘାଟନ କରିବା ସହ ସେଠାରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ । ପରେ ବୈଦପୁରରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ଉଦ୍‌ଘାଟନ କରିବେ। ୪ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

 

Tags: